ଦିତୀୟ ଶାମୁୟେଲ 13 : 1 (ORV)
ଏଥିଉତ୍ତାରେ ଏହି ଘଟନା ହେଲା; ଦାଉଦଙ୍କର ପୁତ୍ର ଅବଶାଲୋମର ତାମର ନାମରେ ଏକ ସୁନ୍ଦରୀ ଭଗିନୀ ଥିଲା; ତାହା ପ୍ରତି ଦାଉଦଙ୍କର ପୁତ୍ର ଅମ୍ନୋନ କାମାସକ୍ତ ହେଲା ।
ଦିତୀୟ ଶାମୁୟେଲ 13 : 2 (ORV)
ପୁଣି ଅମ୍ନୋନ ଆପଣା ଭଗିନୀ ତାମର ଲାଗି ଏପରି ଆକୁଳ ହେଲା ଯେ, ସେ ପୀଡ଼ିତ ହେଲା; କାରଣ ତାମର ଅନୂଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନୋନକୁ କଷ୍ଟକର ବୋଧ ହେଲା ।
ଦିତୀୟ ଶାମୁୟେଲ 13 : 3 (ORV)
ମାତ୍ର ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍ ନାମରେ ଅମ୍ନୋନର ଜଣେ ବନ୍ଧୁ ଥିଲା; ସେହି ଯୋନାଦବ୍ ଅତି ଚତୁର ।
ଦିତୀୟ ଶାମୁୟେଲ 13 : 4 (ORV)
ଏଣୁ ସେ ଅମ୍ନୋନକୁ ପଚାରିଲା, ହେ ରାଜପୁତ୍ର, ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଅଛ; ମୋତେ କʼଣ ତାହା କହିବ ନାହିଁ? ଏଥିରେ ଅମ୍ନୋନ ତାହାକୁ କହିଲା, ମୁଁ ମୋର ଭ୍ରାତା ଅବଶାଲୋମର ଭଗିନୀ ତାମର ପ୍ରତି କାମାସକ୍ତ ଅଟେ ।
ଦିତୀୟ ଶାମୁୟେଲ 13 : 5 (ORV)
ଏଥିରେ ଯୋନାଦବ୍ ତାହାକୁ କହିଲା, ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର; ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ମୋହର ଭଗିନୀ ତାମରକୁ ମୋʼ କତିକି ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦେଉନ୍ତୁ, ସେ ମୋʼ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି ।
ଦିତୀୟ ଶାମୁୟେଲ 13 : 6 (ORV)
ଏଣୁ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା; ପୁଣି ରାଜା ତାହାକୁ ଦେଖିବାକୁ ଆସନ୍ତେ, ଅମ୍ନୋନ ରାଜାଙ୍କୁ କହିଲା, ମୋʼ ଭଗିନୀ ତାମରକୁ ଆସିବାକୁ ଦେଉନ୍ତୁ, ସେ ମୋʼ ଆଗରେ ଦୁଇଟି ପିଠା କରିବ, ତହିଁରେ ମୁଁ ତାହା ହାତରେ ଖାଇବି ।
ଦିତୀୟ ଶାମୁୟେଲ 13 : 7 (ORV)
ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧିଦିଅ ।
ଦିତୀୟ ଶାମୁୟେଲ 13 : 8 (ORV)
ତହିଁରେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା; ସେତେବେଳେ ସେ ଶଯ୍ୟାରେ ଥିଲା । ତହୁଁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ପିଠା ପ୍ରସ୍ତୁତ କରି ତାହା ପାକ କଲା ।
ଦିତୀୟ ଶାମୁୟେଲ 13 : 9 (ORV)
ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଅଜାଡ଼ିଲା, ମାତ୍ର ସେ ଭୋଜନ କରିବାକୁ ଅସମ୍ମତ ହେଲା । ଆଉ ଅମ୍ନୋନ କହିଲା, ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ । ତହିଁରେ ସମସ୍ତେ ତାହା ନିକଟରୁ ବାହାରି ଗଲେ ।
ଦିତୀୟ ଶାମୁୟେଲ 13 : 10 (ORV)
ତହୁଁ ଅମ୍ନୋନ ତାମରକୁ କହିଲା, ଖାଦ୍ୟଦ୍ରବ୍ୟ ଶୟନ-ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି । ଏଥିରେ ତାମର ଆପଣା ପ୍ରସ୍ତୁତ ପିଠା ନେଇ ତାହା ଭାଇ ଅମ୍ନୋନର ଶୟନ-ଗୃହକୁ ଗଲା ।
ଦିତୀୟ ଶାମୁୟେଲ 13 : 11 (ORV)
ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, ଆସ, ମୋʼ ଭଗିନୀ, ମୋʼ ସଙ୍ଗରେ ଶୁଅ ।
ଦିତୀୟ ଶାମୁୟେଲ 13 : 12 (ORV)
ତହିଁରେ ସେ ଉତ୍ତର କଲା, ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; କାରଣ ଇସ୍ରାଏଲ ମଧ୍ୟରେ ଏପରି କର୍ମ ଅକର୍ତ୍ତବ୍ୟ, ତୁମ୍ଭେ ଏହି ମୂଢ଼କର୍ମ ନ କର ।
ଦିତୀୟ ଶାମୁୟେଲ 13 : 13 (ORV)
ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି? ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ । ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ ।
ଦିତୀୟ ଶାମୁୟେଲ 13 : 14 (ORV)
ତଥାପି ଅମ୍ନୋନ ତାହାର ରବ ଶୁଣିଲା ନାହିଁ; ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା ।
ଦିତୀୟ ଶାମୁୟେଲ 13 : 15 (ORV)
ଏଉତ୍ତାରେ ଅମ୍ନୋନ ତାହାକୁ ଅତିଶୟ ଘୃଣା କଲା; ସେ ତାହାକୁ ଯେପରି ପ୍ରେମ କରିଥିଲା, ତଦପେକ୍ଷା ଅଧିକ ଘୃଣା କଲା । ଏଣୁ ଅମ୍ନୋନ ତାହାକୁ କହିଲା, ଉଠ୍, ଯା ।
ଦିତୀୟ ଶାମୁୟେଲ 13 : 16 (ORV)
ତହିଁରେ ସେ କହିଲା, ସେପରି ନ ହେଉ; କାରଣ ତୁମ୍ଭେ ମୋʼ ପ୍ରତି ଯାହା କରିଅଛ, ତଦପେକ୍ଷା ମୋତେ ଏପରି ବାହାର କରିଦେବା ଅଧିକ ଅନ୍ୟାୟ । ମାତ୍ର ସେ ତାହା କଥା ଶୁଣିବାକୁ ଅସମ୍ମତ ହେଲା ।
ଦିତୀୟ ଶାମୁୟେଲ 13 : 17 (ORV)
ଏଥିରେ ଅମ୍ନୋନ ଆପଣା ସେବାକାରୀ ଯୁବାକୁ ଡାକି କହିଲା, ଏଟାକୁ ଆମ୍ଭ କତିରୁ ବାହାର କରି ତାହା ପଛେ କବାଟରେ ଅର୍ଗଳ ଦିଅ ।
ଦିତୀୟ ଶାମୁୟେଲ 13 : 18 (ORV)
ତାମର ଦେହରେ ଦୀର୍ଘ ଅଙ୍ଗରଖା ଥିଲା, କାରଣ ଅନୂଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧନ୍ତି । ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା ।
ଦିତୀୟ ଶାମୁୟେଲ 13 : 19 (ORV)
ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଦୀର୍ଘ ଅଙ୍ଗରଖା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା ।
ଦିତୀୟ ଶାମୁୟେଲ 13 : 20 (ORV)
ଏଥିରେ ତାହାର ଭାଇ ଅବଶାଲୋମ ତାହାକୁ ପଚାରିଲା, ତୁମ୍ଭ ଭାଇ ଅମ୍ନୋନ କି ତୁମ୍ଭର ସଂସର୍ଗ କରିଅଛି? ହେଉ, ଆମ୍ଭ ଭଗିନୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ; ଏ କଥା ମନେ ଧର ନାହିଁ । ତଦବଧି ତାମର ଉଦାସିନୀ ହୋଇ ଆପଣା ସହୋଦର ଅବଶାଲୋମର ଗୃହରେ ରହିଲା ।
ଦିତୀୟ ଶାମୁୟେଲ 13 : 21 (ORV)
ମାତ୍ର ଦାଉଦ ରାଜା ଏହିସବୁ କଥା ଶୁଣି ଅତ୍ୟ; କ୍ରୁଦ୍ଧ ହେଲେ ।
ଦିତୀୟ ଶାମୁୟେଲ 13 : 22 (ORV)
ପୁଣି ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ; କାରଣ ତାହାର ଭଗିନୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା ।
ଦିତୀୟ ଶାମୁୟେଲ 13 : 23 (ORV)
ଅନନ୍ତର ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରୟିମ ନିକଟସ୍ଥ ବାଲହାତ୍ସୋରରେ ଅବଶାଲୋମର ମେଷଲୋମ ଛେଦନ ହେଲା; ତହୁଁ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା ।
ଦିତୀୟ ଶାମୁୟେଲ 13 : 24 (ORV)
ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସି କହିଲା, ଦେଖନ୍ତୁ, ଆପଣଙ୍କ ଦାସର ମେଷଲୋମ ଛେଦନ ହେଉଅଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସର ସଙ୍ଗରେ ଆସନ୍ତୁ ।
ଦିତୀୟ ଶାମୁୟେଲ 13 : 25 (ORV)
ଏଥିରେ ରାଜା ଅବଶାଲୋମକୁ କହିଲେ, ନାହିଁ, ମୋହର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାର ସ୍ଵରୂପ ହେବୁ । ମାତ୍ର ସେ ବହୁତ ବଳାଇଲା; ତେବେ ହେଁ ରାଜା ଯିବାକୁ ସମ୍ମତ ନୋହି ତାହାକୁ ଆଶୀର୍ବାଦ କଲେ ।
ଦିତୀୟ ଶାମୁୟେଲ 13 : 26 (ORV)
ଏଥିରେ ଅବଶାଲୋମ କହିଲା, ଯେବେ ଏହା ନ ହୁଏ, ତେବେ ଆପଣ ଆମ୍ଭ ଭାଇ ଅମ୍ନୋନକୁ ଆମ୍ଭମାନଙ୍କ ସଙ୍ଗରେ ଯିବାକୁ ଦେଉନ୍ତୁ । ତେବେ ରାଜା ତାହାକୁ କହିଲେ, ସେ କାହିଁକି ତୁମ୍ଭ ସଙ୍ଗେ ଯିବ?
ଦିତୀୟ ଶାମୁୟେଲ 13 : 27 (ORV)
ମାତ୍ର ଅବଶାଲୋମ ବଳାଇବାରୁ ରାଜା ଅମ୍ନୋନକୁ ଓ ସବୁ ରାଜପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ ।
ଦିତୀୟ ଶାମୁୟେଲ 13 : 28 (ORV)
ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, ଅମ୍ନୋନକୁ ମାର, ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କʼଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ ।
ଦିତୀୟ ଶାମୁୟେଲ 13 : 29 (ORV)
ଏଥିରେ ଅବଶାଲୋମର ଆଜ୍ଞା ପ୍ରମାଣେ ଅବଶାଲୋମର ଯୁବାମାନେ ଅମ୍ନୋନ ପ୍ରତି କଲେ । ତହୁଁ ରାଜପୁତ୍ର ସମସ୍ତେ ଉଠି ପ୍ରତ୍ୟେକେ ଆପଣା ଆପଣା ଖଚର ଉପରେ ଚଢ଼ି ପଳାଇଲେ ।
ଦିତୀୟ ଶାମୁୟେଲ 13 : 30 (ORV)
ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ଵାଦ ଉପସ୍ଥିତ ହେଲା ଯେ, ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ ।
ଦିତୀୟ ଶାମୁୟେଲ 13 : 31 (ORV)
ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ଵ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ଆପଣା ଆପଣା ବସ୍ତ୍ର ଚିରି ତାଙ୍କ ନିକଟରେ ଠିଆ ହେଲେ ।
ଦିତୀୟ ଶାମୁୟେଲ 13 : 32 (ORV)
ସେତେବେଳେ ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍ ଉତ୍ତର ଦେଇ କହିଲା, ସେମାନେ ରାଜକୁମାର ସମସ୍ତଙ୍କୁ ବଧ କରିଅଛନ୍ତି ବୋଲି ମୋହର ପ୍ରଭୁ ବୋଧ ନ କରନ୍ତୁ; କେବଳ ଅମ୍ନୋନ ମରିଅଛି, କାରଣ ଅବଶାଲୋମର ଭଗିନୀ ତାମରକୁ ଅମ୍ନୋନ ବଳାତ୍କାର କରିବା ଦିନାବଧି ଅବଶାଲୋମର ମୁଖରେ ଏହା ସ୍ଥିରୀକୃତ ହୋଇଥିଲା ।
ଦିତୀୟ ଶାମୁୟେଲ 13 : 33 (ORV)
ଏହେତୁ ସମସ୍ତ ରାଜପୁତ୍ର ମରିଅଛନ୍ତି ବୋଲି ମୋହର ପ୍ରଭୁ ମହାରାଜ ମନରେ ନ ଘେନନ୍ତୁ; କାରଣ କେବଳ ଅମ୍ନୋନ ମରିଅଛି ।
ଦିତୀୟ ଶାମୁୟେଲ 13 : 34 (ORV)
ଏଥି ମଧ୍ୟରେ ଅବଶାଲୋମ ପଳାଇ ଯାଇଥିଲା । ଏଉତ୍ତାରେ ଯେଉଁ ଯୁବା ଲୋକ ପ୍ରହରୀକର୍ମ କରୁଥିଲା, ସେ ଅନାନ୍ତେ, ଦେଖିଲା ଯେ, ଦେଖ, ଆପଣା ପଶ୍ଚାଦ୍ଦିଗରୁ ପର୍ବତ-ପାର୍ଶ୍ଵସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି ।
ଦିତୀୟ ଶାମୁୟେଲ 13 : 35 (ORV)
ତହିଁରେ ଯୋନାଦବ୍ ରାଜାଙ୍କୁ କହିଲା, ଦେଖନ୍ତୁ, ରାଜପୁତ୍ରମାନେ ଆସୁଅଛନ୍ତି; ଆପଣଙ୍କ ଦାସ ଯେପରି କହିଲା, ସେପରି ହେଲା ।
ଦିତୀୟ ଶାମୁୟେଲ 13 : 36 (ORV)
ସେ ଏହି କଥା କହିବା ସମାପ୍ତ କଲାକ୍ଷଣେ ଦେଖ, ରାଜପୁତ୍ରମାନେ ଉପସ୍ଥିତ ହେଲେ ଓ ଆପଣା ଆପଣା ରବ ଉଠାଇ ରୋଦନ କଲେ; ଆଉ ରାଜା ଓ ତାଙ୍କ ଦାସମାନେ ମଧ୍ୟ ଅତିଶୟ ରୋଦନ କଲେ ।
ଦିତୀୟ ଶାମୁୟେଲ 13 : 37 (ORV)
ମାତ୍ର ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଗଲା । ପୁଣି ଦାଉଦ ପ୍ରତିଦିନ ଆପଣା ପୁତ୍ର ପାଇଁ ଶୋକ କଲେ ।
ଦିତୀୟ ଶାମୁୟେଲ 13 : 38 (ORV)
ଏହିରୂପେ ଅବଶାଲୋମ ପଳାଇ ଗଶୂରକୁ ଯାଇ ସେଠାରେ ତିନି ବର୍ଷ ରହିଲା ।
ଦିତୀୟ ଶାମୁୟେଲ 13 : 39 (ORV)
ପୁଣି ଦାଉଦ ରାଜାଙ୍କର ପ୍ରାଣ ଅବଶାଲୋମ ଆଡ଼େ ଯିବା ଆକାଙ୍ କ୍ଷାରେ ବ୍ୟାକୁଳ ହେଲା; କାରଣ ସେ ଅମ୍ନୋନକୁ ମୃତ ଜାଣି ତାହା ବିଷୟରେ ସାନ୍ତ୍ଵନାପ୍ରାପ୍ତ ହେଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39

BG:

Opacity:

Color:


Size:


Font: